ପ୍ରଥମପ୍ରେମ
✍️ଗୀତାଞ୍ଜଳୀ ପୂଜାପଣ୍ଡା
ସୁହାନି ଆଜି ନ ଖାଇ ଟିକେ ମିଲକ ସେକ ପିଇ ସ୍କୁଲ କୁ ଯାଇଛି। ଆସିଲେ ଖାଇବାକୁ ମାଗିବ ଭାବି ମିନା ତରତର ହୋଇ ରୋଷେଇ ଘର କୁ ବାହାରି ପଡିଲେ । ପ୍ରିୟ ସ୍ୱାମୀଙ୍କର କଥା ମନେ ପଡିଲା ଆରେ ଆଶିଷ ତ ଏ ଯାଏଁ ବେଡ଼ରୁମ ରୁ ବାହାରି ନାହାନ୍ତି ଆଜି ଉଠିବେନି ନା କଣ ?? ଯାଏ ତାଙ୍କୁ ଉଠାଏ ଭାବି ରୁମ ଆଡ଼କୁ ଗଲା ବେଳ କୁ ପ୍ରିୟ ସ୍ୱାମୀ ତାଙ୍କୁ ପଛପଟୁ ଧରି ପକାଇଲେ ଓ ହସିହସି କହିଲେ ମାଡାମ ଏ ସମୟରେ ବେଡ଼ରୁମ ରେ କଣ? ରୋଷଇଘରେ ରହିବାଲୋକ ମତେ ମିସ କରୁଥିଲା କି?? ମିନା ହସି ହସି ନା ମ ତମକୁ ଉଠାଇ ବାକୁ ଆସିଥିଲି ଅଫିସ ଯିବ ପାଇଁ। କାଲି ସକାଳୁ କହିଲିଣି ଘରେ ସଉଦା ପରିବା ଆଣିଦେବ ଅଫିସ ରୁ ଆସିଲା ବେଳେକୁ ତୁମର ମନେନାହିଁ ବୋଧେ!! ଆଶିଷ ଙ୍କୁ ଦେଖି କହିଲେ ଆଜି ବାବୁ ଙ୍କର କଣ ଭାରି ସ୍ତ୍ରୀ ପ୍ରେମ !! ଆଶିଷ ବାବୁ ହସି ହସି କାହିଁକି କଣ ନିଜ ସ୍ତ୍ରୀ କୁ ପ୍ରେମ କରିବା ମନା?? ହଉ ତୁମେ କିଛି ଚିନ୍ତା କରନି ମୁଁ ବାହାର ଆଜି ଖାଇନେବି ତୁମର ବ୍ୟସ୍ତ ହେବାର କିଛି ନାହିଁ!! ଯାଉ ଯାଉ ମିନା ଗାଲ ରେ ଏକ ପ୍ରେମର ଚୁମ୍ବନ ଆଙ୍କିଦେଇ ବାହାରି ଗଲେ ଅଫିସ ସେପଟୁ ଶ୍ୱଶୁର ଙ୍କର ଡାକ ଶୁଣି ମିନା ଦୌଡ଼ି ଗଲେ ଚାଆ ଦେବାକୁ। ବେଳ ସେତେବେଳେ କୁ ସାଢେ ନ ଟା ବାଜିଥାଏ ।କଲିଂଗ ବେଲ ଟି ବାଜି ବାକୁ ଲାଗିଲା ମିନା ଦୌଡ଼ି ଯାଇ ଦେଖନ୍ତି ତ ,ଚିଠି ଆସିଚି ପଚାରିଲେ କାହାର??postmanତାଙ୍କୁ ଦେଖି କହିଲା ତମ ନା ମିନା ପଟ୍ଟନାୟକ କି ??ମିନା କହିଲେ ହଁ ମୋର ନାଁ !!ମିନା ଭାବିଲେ ତାଙ୍କୁ କିଏ ଦେଲା ?ବୋଉ ବେଳେବେଳେ ଦିଏ ବାପା ଙ୍କୁ ଲୁଚେଇ ଏବେତ କେତେ ଦିନ ହେବ ଦେଇନି ?ଫୋନ ବି କରୁନି କାଳେ ଦେଇଥିବ ଭାବି ଚିଠି ଟିକୁ ଖୋଲି ଦେଖିଲେ ,ବୋଉ ହିଁ ଦେଇଥିଲା ବାପାକୁ ନ ଜଣେଇ କାରଣ ବାପା ତାଙ୍କର ଆଜି ପ୍ରଯ୍ୟନ୍ତ ତାଙ୍କ ଉପରେ ରାଗିଥିଲେ । ମିନା ଅତି ଖୁଶି ସେ ଅଧିର ହୋଇଗଲେ ଚିଠି ଟି ପାଇ ସଙ୍ଗେ ସଙ୍ଗେଖୋଲି ପଢି ବାକୁ ଲାଗିଲେ ସେଥି ରେ ଲେଖା ଥିଲା ଝିଅ ତୋ ବାପା ଙ୍କର ଏ ସହର ରେ ବଦଳି ହେଇଯାଇଛି। କଲେକଟର ଭାବେ ମିନା ମନେ ମନେ ବହୁତ ଖୁସି ହୋଇଗଲେ। ପ୍ରାୟ ସାତବର୍ଷ ପରେ କାଳେ ବାପା ତାଙ୍କ ସହିତ ଦେଖା କରି ପାରନ୍ତି ଗୋଟେ ନୂଆ ଆଶା ର କିରଣ ଆଗକୁ ଦିଶିଲା ତାଙ୍କୁ ନହେଲେ କଣ ? ସେ ଦେଖା ହେବାକୁ ଯିବେ ଭାବି ବାକୁ ଲାଗିଲେ ସେ କିଛି ବୁଝି ପାରୁ ନ ଥିଲା କଣ କରିବେ !! ଚିଠି ଟିକୁ ଦେଖି ତାଙ୍କର ଅତୀତ ର ସ୍ମୁତି ସବୁ ଆଖି ଆଗରେ ଆଙ୍କି ହେଇଯାଉଥିଲା ଯେମିତି!!
ସେ ତାଙ୍କ ବାପା ବୋଉ ଙ୍କର ଏକ ମାତ୍ର ଅଲିଅଳି ଗେଲ୍ହା ଝିଅ ବାପା ଥିଲେ ଜମିଦାର ଘର ର ପୁଅ ପିଲାଦିନେ ଗେଲ୍ହା ରେ କଟିଥିଲା ତାଙ୍କର ଜେଜେ ବାପା ଙ୍କର ମନା କରିବା କୁ ଖାତିରି ନ କରି ପାପା ତାର IAS ପରୀକ୍ଷା ଦେଇ ଉତୀର୍ଣ୍ଣ ମଧ୍ୟ ହୋଇଥିଲେ କାରଣ ସେ ଥିଲେ ଜଣେ ମାଧବୀ ଛାତ୍ର ସେ ସମୟ ରେ ଅତି କାମ ରେ ଏକ ରୁ ଦୁଇ ଟି ଚେଷ୍ଟା ରେ IAS clear କରିଥିଲେ ଓ ପୁରୀ କଲେକଟର ହିସାବ ରେ join କଲେ ତାପରେ ବୋଉ ସହିତ ତାଙ୍କ ବାହାଘର। ଆଇଘର ବି କିଛି କମ ନଥିଲା ଜମିବାଡ଼ି ଘର ଦୁଆର ସବୁବେଳେ ହସ ଖୁସି ରେ ପିଲା ଦିନ କାଟି ଯାଇଥିଲ ମିନା ଙ୍କର ପାପା ବୋଉ ଙ୍କର ବାହାଘର ପ୍ରାୟଦୁଇ ବର୍ଷ ପରେ ଜନ୍ମ ପୁରା ଏକ ଦମ ଗେଲବସର ଆଇଘର ବାବା ଘରେ ଏକେଇ ବଳା ବିଶି କେଶନି!! ଗ୍ରାଜୁଏସନ ସରିଲା ପରେ ବୋଉ ଆଉ ଜେଜେ ଙ୍କର ଏକା ଜିଦ ବାହାଘର କରିଦେବେ ଅଧିକା ପାଠ ପଢ଼େଇ ବେନି ତେଣୁ ବୋଉ କହିଲା ମୁଁ ତ ଦଶମ ପଢି ତୋ ପାପା କୁ ବାହା ହେଲି ତୁ ଏତେ ପଢନା ବର ଖୋଜିବା କଷ୍ଟ ହେବ ଆମ ପାଇଁ । ସେତେ ବେଳେ ମିନା କହିଥିଲି ମୁଁ ପ୍ରେମ ବିବାହ କରିବି ତତେ କଷ୍ଟ ଦେବିନି ବୋଉ ତାଙ୍କର ସେ କଥା କୁ ହସ ରେ ଉଡାଇ ଦେଇଥିଲା ବୋଧେ ସେ ଭାବିଥିଲେ ତାଙ୍କ ଝିଅ ଏମିତି କରିପାରିବ ନାହିଁ ,।ପାପା ଙ୍କର ଏକା ଜିଦ ରେ ମିନା ବାଣୀ ବିହାର ରେ ଆଡ଼ମିସନ କରିଲେ । ସୋସିଆଲ ସାଇନ୍ସ ବିଭାଗ ରେ, ଆମ ଘର cuttack ରେ ହୋଇଥିବାରୁ ମୁଁ ଯିବ ଆସିବା କରୁଥାଏ, କାର ରେ ସବୁବେଳେ। ଗୋଟେ ଦିନ ପାପା ତାଙ୍କ କାମରେ କାର ଟିକୁ ନେଇ ଯାଇଥିଲେ।, ତେଣୁ ମତେ bus ରେ ଯିବ କୁ ପଡିଲା, ସେ ଦିନ କଥା ଆଜି ବି ଆଖି ଆଗେ ନାଚି ଯାଉଥିଲା, ମୋର bus ପାଇଁ bus stand ରେ ଛିଡା ହୋଇ ଥିବା ସମୟ ରେ କିଛି ବାଳୁଙ୍ଗା ଆସି ମୋ ପାଖେ ଛିଡା ହୋଇ କମେଣ୍ଟ ମାରିବା ଷ୍ଟାଟ କରି ଦେଲେ ହେଲେ ମୁଁ କାନ ଦେଉନଥିଲି ବେଶୀ ହେଲାରୁ ତାକୁ ଗାଳିକଲି, ମାତ୍ର ସେ ବାଳୁଙ୍ଗା ମାନେ ଆସି ମତେ ଡରାଇବାକୁ ଲାଗିଲେ ।ଆଉ ମୁଁ ପୁରା ଡରି ଯାଇଥିଲି ସେ ଦିନ ମୋ ଦେହ ରେ ପ୍ରାଣ ନଥାଏ ମୋ ଆଖି କୁ ଧୂଷୁରା ଧୂଷୁରା ଦିଶୁଥାଏ,ଓଠଟି ମୋର ଶୁଖି ଯାଉଥାଏ ମୁଣ୍ଡ ଟା ମଧ୍ୟ ଘୁରେଇ ଦେଉଥାଏ । ଠିକ ସେତେବେଳେ ମୋ ହିରୋ ଆଶିଷ ଙ୍କର ପ୍ରବେଶ ଗୋଟେଏ ପରେ ଗୋଟିଏ ଶକ୍ତ ଚାପୁଡ଼ା ମାଡ଼ ଦେଇ ସେମାନେ କୁ ସେଠାରୁ ଭଗେଇ ଦେଲେ । ମୁଁ ତ ପୁରା ଡରି ଯାଇଥାଏ ନର୍ଭସ ରେ ସେ ମୋ ପାଖ କୁ ଆସି କହିଲେ ମାଡାମ ଭଲ ଅଛିନ୍ତି,ପକେଟ ରୁ ରୁମାଲ ଟି ବାହାର କରି ମୋ ଆଡକୁ ବଢ଼େଇ ଦେଲେ କହିଲେ ଝାଳ ପୋଛି ଦିଅ, ମୁଁ ସେତେବେଳେ ତାଙ୍କୁ କହିଲି
ନା ମୋ ରୁମାଲ ଅଛି it’s ok,ମୁଁ ଠିକ ଅଛି ସେ କହିଲେ ଠିକ ଥିଲା ପରି ଲାଗୁନ, ତ !!ମୁଁ ପାଣି ବୋତଲ ଟି ମୋ bag ରୁ କାଢି ଦିଢ଼ୋକ ପିଇଲା ପରେ ମତେ ଟିକେ ଦମ୍ଭ ଆସିଲା ।କେମିତି ଘରକୁ କେମିତି ଆସିଚି ସେଠୁ ମତେ ହିଁ ଜଣା । ଘର କୁ ଆସିବା ପରେ ବୋଉ ଆଗେ ସବୁ କାନ୍ଦି କାନ୍ଦି କହିଥିଲି ।ରାତି ରେ ବୋଉ ପାପା ଙ୍କର ଭିତରେ ଏ କଥା କୁ ନେଇ ପୁରା ଝଗଡା।ବୋଉ କହୁଥାଏ ସୁକୁମାରୀ ଝିଅ କୁ ମୋର କାହିଁକି ??ବାଣୀବିହାର ଯିବ କୁ ଅନୁମତି ଦେଲ।ମୋ ଝିଅ ର କି ଅବସ୍ଥା ହେଲାଣି!!ପାପା କହିଲେ କଣ ହେଲା ସେଥିରୁ ତମେ ଜାଣିନ ମୋ ଝିଅ କୁ!! ବୋଉ ସେଠୁ ରାଗିକି ପଳେଇଲା।ସେଦିନ ରାତି ଗୋଟିକ କେମିତି କାଟିଲା, ଆଜି ବି ମୋର ମନେପଡେ ଡର ଯନ୍ତ୍ରଣା କୁ ପଛେ ପକେଇ ମନ ମୋର ସେ ବାଳୁଙ୍ଗା କବଳ ରୁ ରକ୍ଷା କରିଥିବା ପିଲା କଥା ଭାବୁଥାଏ ମୁଁ, ତାଙ୍କ ମୁହଁ ଟି ମୋ ଆଖି ସାମ୍ନା ରେ ନାଚି ଯାଉଥିଲା ସେ ରାତି ଗୋଟିକ କିଛି ଭଲ ଲାଗୁନଥିଲା ମତେ ଖାଲି ତାଙ୍କ କଥା ଭାବିବା ଛଡା ।ମନକୁ ମନ ମୁଁ ଅନେକ ପ୍ରଶ୍ନ କରିଛି କଣ?? ଏହାକୁ କୁହନ୍ତି “ପ୍ରଥମପ୍ରେମ”, …………….ଯିଏ ମତେ ସେ ବାଳୁଙ୍ଗା କବଳ ରୁ ବଞ୍ଚେଇଲେ ।ସେଥିପାଇଁ କଣ ମୁଁ ତାଙ୍କ ପ୍ରେମ ରେ ପଡ଼ିଲି ଆହା କି ସୁନ୍ଦର ଅନୁଭବ ମନ ଟା କେମିତି କେମିତି ଲାଗୁଥାଏ ଇଛା ହେଉ ଥାଏ ।ସେ ଲୋକ ଙ୍କର ଆଉ ଥରେ ଦେଖା ମିଳନ୍ତାକି,?? ସବୁବେଳେ ମନ ତାଙ୍କୁ ହିଁ ଖୋଜୁ ଥାଏ ।ସେ ରାସ୍ତା ଘଟ ରେ ଯିବା ବାଟ ରେ କାଳେ କେଉଁଠି ଦେଖା ହବ ନିଜ କୁ ବାରମ୍ବାର ପ୍ରଶ୍ନ କରେ ଇଏ କଣ ??ମୋର ପ୍ରଥମ ପ୍ରେମ ନା ଆଉ କିଛି। ସବୁ ଭୂଲି ବାକୁ ଚେଷ୍ଟା କଲେ ବି ଭୂଲି ପାରୁ ନ ଥାଏ ସେ ମୁହଁ କୁ ।ପରୀକ୍ଷା ପାଖେଇ ଆସିଥାଏ ସେ ଦିନ ର ଘଟଣା ମୁଁ ତରତର ହୋଇ ବାହାରି ଗଲି ବୋଉ ସେ ପଟୁ ଡାକ ଛାଡ଼ିଥାଏ ଝିଅ ପରୀକ୍ଷା ରେ କିଛି ନ ଖାଇ ଯାଉଛୁ । ମୁଁ କହିଲି ମୁଁ ଆସିଲେ ଖାଇବି ନହେଲେ କ୍ୟାଣ୍ଟିନ ରେ ଖାଇ ନେବି ତୁ ବ୍ୟସ୍ତ ହେବୁନି କହି ଗାଡି ରେ ବସିଲି ଗାଡିଟି ଯାଉଥାଏ । ଅଧା ବାଟ ରେ ଅଟକିଗଲା ମୁଁ କହିଲି driver ବାବୁ ଗାଡି କଣ ହେଲା, ??ସେ କହିଲେ ଦେଖୁଚି ଝିଅ ତମ ପାଇଁ taxi ଟେ ମଗେଇ ଦେଉଛି ।ତୁମେ ବ୍ୟସ୍ତ ହୁଅନି ଆଉ ଗୋଟେ ଘଣ୍ଟା ଅଛି ପରୀକ୍ଷା ଆରମ୍ଭ ହବାକୁ। ମୁଁ ହଁ ଭରିଲି ସେ ଗୋଟେ taxi ଡାକିଦେଲେ ମୁଁ ତର ତର ହୋଇ ବସିପଡ଼ିଲି।ଆଉ driver କୁ କହିଲି ୟୁନିଭେର୍ସିଟି ଚାଲ ଟିକେ ଶୀଘ୍ର ହଠାତ, ମୋର ଆଖିଟା taxi driver ଉପରେ ପଡିଲା ଏ କଣ?? ତମେ !!ମୋର ଆଖି କୁ ମୁଁ ବିଶ୍ୱାସ କରିପାରୁ ନଥାଏ। ଇଏ ସେହି ଲୋକ ଯାହାର ପ୍ରଥମ ଦେଖା ରେ ମୁଁ ତାଙ୍କ ପ୍ରେମ ରେ ପଡିଛି ନା ଆଖି କୁ ନିଦ ନା ପେଟ କୁ ଭୋକ ଯାହା ପାଇଁ ମୁଁ ଖାଇବା ପିଇବା ଶୋଇବା ଭୁଲି ଯାଇଥିଲି ମନ ରେ ମୋର ଅନେକ ଅନାବନାଭାବନା ଯାହା ପାଇଁ ଉଙ୍କି ମାରୁଥିଲା ସେ ଆଜି ମୋ ସାମ୍ନା ରେ ପାଟି ରୁ ମୋର କଥା ବାହାରୁ ନ ଥାଏ । ସେ କହିଲେ ମାଡାମ ମତେ ଜାଣିପାରୁଛନ୍ତି ମୁଁ ମନେ ମନେ ଭାବୁ ଥାଏ ଯାହା କୁ ଦେଖିଲା ଦିନୁ ମୋ ସବୁ କିଛି ହଜେଇ ସାରିଛି ସେ ମତେ ପଚାରୁଛି ମତେ ଜାଣିପାରୁଛନ୍ତି ।ଆଖି ଦୁଇଟି ମୋର ତାଙ୍କ ମୁହଁ ରୁ ହଟୁ ନ ଥାଏ ତଥାପି ନିଜକୁ ସମ୍ଭାଳି ତାଙ୍କୁ ସାଧାରଣ ଭାବେ ପଚାରିଲି , ତମେ କଣ taxi ଚଲାଅ?? ଆଉ ସେଦିନ bus ରେ, ??ଏ ପ୍ରଶ୍ନ ମୋର ଶୁଣି ସେ ଉତ୍ତର ଦେଲେ ହଁ ମୁଁ ସେଦିନ ମୋର ଗୋଟେ ଏଣ୍ଟରଭିଉ ଥିଲା ମୁଁ ଦେବାକୁ ଯାଇଥିଲି ।କାରଣ ମୁଁ ଇଞ୍ଜିନିୟଂଗ ପାସ କରିଛି ମୋ ନା ହେଲା ଆଶିଷ ପଟ୍ଟନାୟକ । ମୁଁ ଚାକିରୀ ଖୋଜିବା ସହିତ taxi ଚଲାଏ ।ସେସବୁ ତାଙ୍କ ବିଷୟ ରେ କହିଗଲେ ।ମୁଁ ଭାବିଲି ମତେ ସବୁ କଥା କହିବା ତାଙ୍କର କଣ ଦରକାର ଥିଲା ।ତାଙ୍କ ଅବସ୍ଥା କଣ ମୋ ଭଳି ? ଏତକ ଶୁଣି ତାଙ୍କ ପାଟି ରୁ ମୋର ଆଗ୍ରହ ଥିଲା ସବୁକିଛି ତାଙ୍କ ବିଷୟ ରେ ଜାଣିବା ପାଇଁ ହେଲେ ୟୁନିଭେର୍ସିଟି ଆସିଯାଇଥାଏ,। ପରୀକ୍ଷାଟି ଦେଇ ଘରକୁ ଫେରିଲି ରାତି ଗୋଟାକ ନିଦ ନାହିଁ ଆଖିକୁ ପୁଣି ସେହି ପ୍ରେମ ଆଉ ପ୍ରୀତି ର ଗିଟାରଟି ବାରମ୍ବାର ବାଜୁଥାଏ କାନ ରେ ମୋର ତାଙ୍କ ପ୍ରେମ ର ତାଙ୍କରି ମୁହଁ ଆଖି ଆଗେ ନାଚି ଯାଉଥିଲା ସେତେବେଳେ ନା ଖାଇବା ଥିଲା ନା ଶୋଇବା ଖାଲି ଭାବନା ର କେତେ ଗୁଡ଼ାଏ ଅଙ୍କା ବଙ୍କା ନଇ କେମିତି ସାଗର ସହିତ ମିଶିବ। ସକାଳୁ ବାହାରି ପଡିଲି ସଜ ହୋଇ ୟୁନିଭେର୍ସିଟି କୁ ବୋଉ ପଛରୁ କହିଲା ମିନା କୁଆଡେ ବାହାରିଲୁ ଆଜି ପରା sundayପାପା ଆଉ ବୋଉ ହସିବାକୁ ଲାଗିଲେ ମୋ ଗେଟ ଅପ ଦେଖି ଇସଃ!!କି ଲାଜ ଓଃ!!! ମୋର ମନେ ନଥିଲା କହି ,ଲାଜ ରେ study ରୁମ କୁ ଚାଲିଗଲି।ମନ ମୋର ପଦ୍ମର ପାଖୁଡ଼ା ପରି ଖୋଲିବାକୁ ଲାଗିଲା ହୃଦୟ ଟି ଆନମନା ହୋଇ ଝୁରୁଥାଏ ସେ ଦିନ ର ସ୍ମୃତିକୁ ପାଠରେ ଜମା ମୋ ମନ ଲାଗୁନଥାଏ ।ଖାଲି ସୁନ୍ଦର ସୋମ୍ୟ ମୁହଁ ଟି ଆଖି ଆଗେ ନାଚି ଯାଉଥାଏ ଯାହାର ସେ ହେଲେ ମୋ ପ୍ରଥମ ଦେଖା ରେ ପ୍ରଥମ ପ୍ରେମ ଆଶିଷ ଖାଲି ମନେମନେ ଭାବୁ ଥାଏ କେମିତି ତାଙ୍କ ସହ ଆଉ ଥରେ ଦେଖା ହେବ। ମୁଁ ତାଙ୍କୁ ‘ମୁଁ ତୁମକୁ ଭଲ ପାଏ “‘ ବୋଲି କହିବି ସତରେ ପ୍ରେମ ବଡ଼ ରୋଗ ଟିଏ ହସେଇ ହସେଇ ମନକୁ ମାରେ ପୁଣି କେତେବେଳେ କାନ୍ଦେଇ କାନ୍ଦେଇ। ସେ ଦିନ ଟି ପୁରା ଏ କଥା ଭାବି ଭାବି ଗଲା ତା ‘ପରା ଦିନ ସକାଳୁ ବାହାରି ପଡିଲି ପୁଣି ସଜ଼ ହୋଇ। ଆଉ ଏବେ କାହିଁକି??ଭାରି ସଜ ହେବାକୁ ଭଲ ଲାଗୁଥିଲା ।ଗଲା ବେଳେ ପାପା ଙ୍କୁ କହିଲି ଡରିକି ଏମିତି ତ ମୁଁ କେବେ ପାପ ଙ୍କୁ ଡରେନି ହେଲେ ଆଜି କାହିଁକି ??ଟିକେ ଡର ଲାଗୁ ଥିଲା ପାପା ମୁଁ ଆଜି bus ରେ ଯିବି ସେ କହିଲେ କାହିଁକି?? driver ଗାଡି ନେଇ ଆସିଲାଣି ଗାଡି ରେ ଯିବା ଅସୁବିଧା କେଉଁଠି?? ମୁଁ କହିଲି ତାଙ୍କର ଯଦି ପୁଣି ଚକାଫାଟି ଯାଏ। ସେ ଦିନ ପରି ପୁଣି ମୁଁ ହଇରାଣ ଟେ ହେବି।ପାପା ଙ୍କ ପାଟି ରୁ ହଉ ଦେଖିକି ଯିବୁ ଶୁଣି ଏତେ ଖୁଶି ଲାଗିଲା ଯେ ମୁଁ ଶୀଘ୍ର ଶୀଘ୍ର ଚାଲିଯାଉଥାଏ ଖୁଶି ରେ କି ପ୍ରକାର ସେ ଖୁଶି ମୁଁ କିଛି ବି ଭାବି ବି ପାରୁନଥାଏ । ଘରୁ ଅଟୋରେ ଆସି bus-stand ରେ bus ରେବସି ଭାବୁଥାଏ । ହେ ଭଗବାନ ତାଙ୍କ ସହିତ ଦେଖା ହେଇ ଯାନ୍ତା କି??ସତକୁ ସତ ସେ ଦିନ ଭଗବାନ ଙ୍କର ଟିକେ କୃପା ଥିଲା ମୋ ଉପରେ କାରଣ ଆଶିଷ ଗୋଟେ bus stop ଆସି ମୋ ପାଖେ ବସିପଡ଼ିଲେ ସେତେବେଳେ କାହିଁକି ମୋ ପିଣ୍ଡ ରେ ପ୍ରାଣ ନ ଥିଲା ପରି ଲାଗୁଥିଲା ???ଏ କଣ ଯାହାକୁ ଏତେ ଦିନ ଧରି ଆଉ ଥରେ କଥା ହେବି ବୋଲି ଖୋଜୁଥିଲି ।ସେ ଆସି ମୋ ହାତ ପାହାନ୍ତା ରେ ମନ ମୋର ପ୍ରଜାପତି ପରି ଉଡିବା କୁ ଲାଗୁଥିଲା ତା ସହିତ ଗୋଟେ କିଛି ହରାଇବା ର ଭୟ !!!ମନ କୁ ଘେରି ରହିଥାଏ ।କିଛି ସମୟ ପରେ ସେ ଜାଗା ରେ ମୁଁ ବହୁତ ବହୁତ ଧନ୍ୟବାଦ କଲି ଭଗବାନ ଙ୍କୁ ମନେ ମନେ। ତା ସହିତ ବାରମ୍ବାର ଦେଖୁ ଥାଏ କଣେଇ କଣେଇ ଆଶିଷ ଙ୍କୁ ସେଦିନ ତାଙ୍କର ସେ ମୁହଁ ଟି ବେଶ ସୁନ୍ଦର ସୋମ୍ୟ ଜଣା ପଡୁଥିଲା ମତେ। ହଠାତ କିଛି ନ ଭାବି ମୋ ହାତଟି ତାଙ୍କ ହାତ ଉପରେ ହାତ ରଖି ଏକ ନିଶ୍ଵାସ ରେ କହିଦେଲି “ମୁଁ ତୁମ କୁ ଭଲ ପାଏ”ବୋଲି ଏକା ନିଶ୍ୱାସ ରେ କହି ଡରିକି ଆଖିଟିକୁ ମୋର ବନ୍ଦ କରିଦେଲି ।ସେ ବୋଧେ ମୋ ଅନୁରୂପ ମତେ ଭଲ ପାଉଥିଲେ ତେଣୁ ତାଙ୍କ ମନ ରେ ମଧ୍ୟ ସେଇଆ ଥିଲା ।ସେ କହିଲେ ମୋର service ହୋଇଯାଇଛି ସିଭିଲ ଇଂଜିନିୟର ଭାବ ରେ ମାତ୍ର ମୋ ପ୍ରଶ୍ନ କି ଉତ୍ତର ର ସେ ଉତ୍ତର ନ ଥିଲା ମୁଁ ଆଉ ଥରେ ତାଙ୍କ ଆଖି ରେ ଆଖି ମିଶେଇ କହିଲି ତୁମ ମନ ରେ କଣ ଅଛି ଆଶିଷ ତୁମେ କଣ ମତେ ଭଲପାଅ ସେ କହିଲେ ପ୍ରଥମ ଦେଖା ରୁ। ତା ପରେ ଏମିତି ମିଳାମିଶା ରେ ଦୁହେଁ ବିବାହ କରିବାକୁ ଠିକ କଲୁ । ପାପା ଙ୍କୁ ମୁଁ ଯେତେବେଳେ କହିଲି ପାପା ମୋ କଥା କୁ କାନ ଦେଲେନାହିଁ। ବୋଉ କହିଲା, ନାହିଁ ମାଅ ଆମେ ତୋ ବାହାଘର ଠିକ କରି ସାରିଛୁ। ପୁଅଟି ଆମେରିକାରେ ଡ଼କ୍ଟର ଅଛି ଜମିଦାର ଘରର ପିଲା ଆମ ସମ୍ସକାନ୍ଦ ମାତ୍ର ମୋ ମନ କେବଳ ଆଶିଷ ପାଖେ ଥିଲା ।ଯାହାକୁ ମୁଁ ଜୀବନ ଠାରୁ ଅଧିକା ଭଲ ପାଉଥିଲି ଆଉ ସେ ହିଁ ମୋର ପ୍ରଥମ ଆଉ ଶେଷ ପ୍ରେମ ବୋଉ ଯାହା କହୁଥିଲା ମୁଁ କାନ ଦେଇ ନ ଥିଲେ ସୁଦ୍ଧା ଟିକେ ଝାପ୍ସା ଶୁଭୁଥାଏ।ମୁଁ ରୁମ କୁ ଚାଲିଗଲି ଆଉ ସେଠି ଆଶିଷଙ୍କୁ ଫୋନ ଲଗାଇଲି ଓ କହିଲି ତୁମକୁ ଆଜି ମୁଁ ବିବାହ କରିବାକୁ ଚାହିଁ ଆଶିଷ ମାତ୍ର ସେ ମତେ କହିଲେ ଶୁଣ ମିନା ତମ ପାପା ଆଉ ବୋଉ ଙ୍କ ର ଆଶ୍ରିବାଦ ରେ ଆମେ ବିବାହ କରିବା ,ମାତ୍ର ମୁଁ ମୋ ଜିଦି ରେ ଅଟଳ ଥିବାରୁ ସେ ହାର ମାନିନେଲେ ଓ ଆମ ଘରକୁ ଙ୍କୁ ଆସି ପାପା କୁ ଦେଖା କଲେ। ହେଲେ ପାପା ତାଙ୍କୁ ଅପମାନ କଲାପରି ବହୁତ କଥା କହି ତାଙ୍କୁ ବାହାର କଲା ବେଳେ ମୁଁ ତାଙ୍କ ସହିତ ଚାଲିଆସି ଥିଲି କାରଣ ମନେ ମନେ ମୁଁ ତାଙ୍କୁ ନିଜ ସ୍ୱାମୀ ମାନି ନେଇଥିଲି ଆମେ ଦୁହେଁ ଚଣ୍ଡୀ ମନ୍ଦିର ରେ ବିବାହ କଲୁ ଆଉ ରେଜିଷ୍ଟ୍ରରି marriage ମଧ୍ୟ। ମତେ ନେଇ ଯେତେବେଳେ ତାଙ୍କ ଘରକୁ କୁ ଗଲେ ଶାଶୁ ଆଶ୍ରିବାଦ ଦେଇ କହିଲେ ଝିଅ ଲୋ ତୁ ମୋ ଘର ର ଲଷ୍ମୀ ଆଜି ଠାରୁ ତତେ ଏ ଘର ଲାଗିଲା। ବିବାହ ର ଦୁଇବର୍ଷ ପରେ ସୁହାନି ର ଜନ୍ମ ପାପା ଙ୍କୁ ମୋର ଏ କଥା ଜଣାଇ ଥିଲି ।ମାତ୍ର ସେ ତାର କିଛି ବି ଜବାବ ଦେଇ ନ ଥିଲେ। ସୁହାନି କୁ ତିନି ବର୍ଷ ବୟସ ରେ ଶାଶୁ ମତେ ଏକୁଟିଆ କରି ଚାଲି ଗଲେ ଆରପୁର କୁ।ସେ ଦିନ ମୁଁ ବହୁତ କାନ୍ଦି ଥିଲି ବୋଉ କଥା ଭାରି ମନେ ପଡ଼ିଲା ବୋଉ ପାପଙ୍କୁ ଲୁଚେଇ ବେଳେବେଳେ ଫୋନ କରେ ହେଲେ ଗେଲ୍ହା କରିବା ଟା ତାର ମୁଁ ବହୁତ ମିସ କରେ । ସୁହାନି କୁ ଇତିମଧ୍ୟରେ ପାଞ୍ଚ ବର୍ଷ ହେଲାଣି ପାଖ ସ୍କୁଲ ରେ ତା ‘ନା ଲେଖା ହୋଇଛି ମୁଁ ବସି ଭାବୁଥାଏ ମୋ ଅତୀତ ର ସେହି ପ୍ରଥମ ପ୍ରେମ ର ସ୍ମୃତି ଟିକୁ ମୋର। ସୁହାନି ଆଉ ଆଶିଷଙ୍କର ପାଟି ଶୁଭିଲା ସୁହାନି ମାମା ମାମା ଡାକି ଆସି ମୋତେ କୁଣ୍ଢେଇ କି ଗେଲ ଦେଇ କହିଲା ପାପା ପରିବା ଆଣିଛନ୍ତି।ଆଜି ମୁଁ ଆଉ ସେ ମିସିକି ବହୁତ ପରିବା ଆଣିଛୁ ।ମୁଁ ପ୍ରକୃତିସ୍ତ ହୋଇ ଦେଖେ ସତେ ତ ଆଶିଷ ତମେ କେତେ ବେଳେ ଆସିଲ!! ସେ କହିଲେ ଆଜି ମାଡାମ ତମ ପାଇଁ ଛୁଟି ନେଇ ଆସିଛି। ମୁଁ କହିଲି କାହିଁକି ??ଏତେ ପ୍ରେମ କି ଆଜି ସେ କହିଲେ ଆଜିର ତାରିଖ ଟା ଟିକେ ମନେ ପକାଇଲ, ।ମୁଁ ମନେ ପକେଇ କହିଲି ଇସ ମୁଁ ପୁରା ଭୁଲି ଯାଇଥିଲି ।ସୁହାନି କହୁଛି ଆଜି ତୁମ ପ୍ରଥମ ଭେଟ ର ଅନିବେରସରି କି ମାମା ?ମୁଁ ମନେ ମନେ କହୁଥାଏ ଆଶୀଷ ତୁମକୁ ଦେଖିବା ସହିତ ମୋ ପ୍ରଥମ ପ୍ରେମ ର ବି ଆନିବର୍ଷରି।ଆଶୀଷ ଜାଣି ପାରିଲେ ବୋଧେ ମତେ ଦେଖି ମୁରୁକି ହସି କହିଲେ ମିନା ଫଟାଫଟ ରୋଷଇ ସାରି ଚାଲ ଆଜି neco park ବୁଲିଯିବା ତାଙ୍କ ପାଟି ରୁ କଥା ସରିନି ସୁହାନି ଆସି କୋଳ ରେ ବସି କହିଲା ମାମା ଅଜା ଆଇ ଆସି କେତେବେଳୁ ଦାଣ୍ଡପିଣ୍ଡା ରେ ଛିଡା ହେଇଛନ୍ତି। ତାଙ୍କୁ ଘରକୁ କୁ ଡାକ ମାମା ସତେ ମତେ ବିଶ୍ୱାସ ହେଉନଥାଏ,।ମୁଁ ଏକା ମୁହାଁ ହୋଇ ଦୌଡ଼ି ଗଲେ ବୋଉ ପାଖକୁ ଆଉ ପାପା ଙ୍କ ପାଖକୁ ଗୋଡ଼ ତଳେ ପଡି କହିଲି। ବୋଉ ପାପା ମତେ କ୍ଷମା କରିଦିଅ ମୋର ଭୁଲ ହେଇଯାଇଛି । ଏ କଥା ଟି ମୋର ପାଟିରୁ ସରିନି ପାପା ଆଶିଷ ଆଉ ମତେ ଅତି ସେହ୍ନ ରେ କୋଳେଇ ନେଇ କହିଲେ ତୁ ମାଆ ଆମକୁ କ୍ଷମା କରିଦେ।ଆମେ ତୋ ପ୍ରେମ କୁ ବୁଝିପାରିଲୁନି ତୋ ସେହ୍ନ ରୁ ଏତେ ଦିନ ହେବ ଆମେ ବଞ୍ଚିତ ହେଲୁ ଆସ ଆଶୀଷ ଏଠିକି ତୁମ କୁ ସେଦିନ ମୁଁ ଅପମାନ କରି ଥିବାରୁ ମୁଁ ବହୁତ ଦୁଃଖିତ ତୁମେ ମୋ ଝିଅ ର ପ୍ରକୃତ ଖୁସି
ଆଉ ତା ପ୍ରଥମ ପ୍ରେମ ହେଲେ ମୁଁ ଟିକେ ତୁମ ଉପରେ ଇର୍ଷାନୂତ!! ମୋ ଝିଅ ଆଉ ମତେ ଖୋଜୁନି ଏତେ ଦିନ ହେବ ମିନା କଣ ମୁଁ ଠିକ କହିଛିନା??? ମୁଁ ମୋ ଆଖି ର ଖୁଶି ର ଲୁହ ଗୁଡିକ ପୋଛୁପୋଛୁ ସୁହାନି ଦୌଡ଼ି ଆସି କହିଲା, ମାମା ତୁମେ କାନ୍ଦୁଛ ତୁମ ପରା କହୁଥିଲ ଅଜା ଆଇ ଆସିଲେ ତୁମେ ବହୁତ ହସିବ ବୋଲି ଆଉ କାନ୍ଦୁଛ କଣ ପାଇଁ ??ମୁଁ ମୋ ବୋଉ ଉପରେ ଆଉଜି କହୁଥାଏ ।ହଁ ଦେଖୁନୁ ମୁଁ ମୋ ବୋଉ ପାଖ ରେ ବହୁତ ଖୁସି ସୁହାନି କହୁଥାଏ ମତେ ଟିକେ ଗେଲ୍ହା କର । ମୁଁ ତୁମ କୋଳ ରେ ବସିବି ଏବେ ସମସ୍ତେ ତାକୁ କୋଳେଇ ନେଇ ଗେଲ୍ହା କରୁଥିଲେ। ଆଉ ମତେ ଲାଗୁଥିଲା ଯେମିତି ମର୍ତ୍ତ୍ୟରେ ମୋ ସଂସାର ଟା ସ୍ୱର୍ଗ ପାଲଟି ଯାଇଛି……….………….।
ସମାପ୍ତ
Leave a comment