ପରାଧୀନା

କାହାଣୀ ର ଶୀର୍ଷକ-:”ପରାଧୀନା”

ଆଲୋ ଏ ପୋଡାମୁହିଁ !କୁଆଡେ ଖାଲି ବାହାରି  ଯାଉଛୁ !ଆଜିକାଲି ଯୋଉ ସମୟ ହେଲାଣି,ଝୁଅ ପିଲାଟେ ତତେ ଟିକେ ଡର ଭୟ ନାହିଁ ଚାରିଆଡ଼ ନାରୀ ଦୁଷ୍କର୍ମ ,ନିର୍ଯାତନା ,,ଆଉ ଅପହରଣ ରେ ତୁ ଖାଲି ବାହାର କୁ ଯାଉଥା,,ମତେ ତ ଭାରି ଡର ମାଡୁଛି ।
ଆଲୋ ତୋ କାନ କୁ ଶୁଭୁଚି ଟି ମୋ କଥା ଗୁଡିକ, କଥା ଟିକେ ମାନେ ମୋର ଏତେ ରାତି ହେଲାଣି କାହିଁକି??ଯାଉଛୁ ସେ ପାଠପଢ଼ା ରୁ କଣ ମିଳିବ ଟୁଉସନ ସାର ଙ୍କୁ ମନା କରୁନୁ ରାତି ରେ ଟୁଉସନ ବନ୍ଦ କରି ସକାଳେ କରିବେ।

……ଆଲୋ ବୁଢ଼ୀ ମାଆ ବଜ୍ରବାଣ ପରି ଶୁଭୁଛି
ଓଃ!!ସାର ତୋ କଥା ରେ କରିବେ ଆଉ କେତେ ରାତି ହେଲାଣି ଏବେ ତ ଛଅ ଟା ବାଜିଛି।
ଆମ ଦେଶ ସ୍ଵାଧୀନ ପରା ଆଉ ପରାଧୀନତା ର ସିକୁଳି ଆଜିବି ଆମ ନାରୀ ମାନଙ୍କର ଗୋଡ଼ ସହିତ ମନ ରେ ମଧ୍ୟ,ଏବେ ଗଲେ ରାତି ଆଠେ ଟା ରେ କ୍ଲାସ ସରିବ ଆଉ ତୁ ସବୁ ବେଳେ ମୁଁ ବାହାରକୁ ଗଲେ ଗରଗର ହେଉଛୁ କାହିଁକି କେଜାଣି?? ସବୁ ବେଳେ ବାହାରକୁ ଗଲେ  କାହିଁକି ଯାଉଛୁ ଏଡେ ହଲା କରି କହୁଛୁ ତୋ ଯୋଉ ଶାସନ ମତେ  ଭଲଲାଗୁଛି ଆପଣା ର ଲାଗୁଛି। ସବୁ ବେଳେ ଶୁଣି ଶୁଣି  ବିରକ୍ତ ବି ଲାଗୁଛି ହେଲେ ତୁ ବୁଢ଼ୀ ହେଲୁଣି  ସେଥିପାଇଁ ମୁଁ କିଛି କହୁନି ।ଆଉ ତୁ କଣ ?ଭାବୁଛୁ ମୁଁ ତୋ ପରି ବୁଢ଼ୀ ହେଇଗଲିଣି ଆଉ ମତେ କିଛି ଶୁଭୁନି ସବୁ ଶୁଭୁଛି  ଯେ କିଏ ତୋ ସହିତ ବକବକ ହେବ ତୁ କଣ ବୁଝିବା ଲୋକ ସବୁ ବେଳେ ମତେ କହିବୁ ।

କାହିଁ ବାହାର କୁ ଯାଉଛୁ କାହିଁକି ଛୋଟ ଛୋଟ ଡ୍ରେସ ପିନ୍ଧୁଛୁ ,ଝିଅ ପିଲା ମାଟି ହାଣ୍ଡି ଥରେ ଭାଙ୍ଗି ଗଲେ କି କଳା ଲାଗିଲେ ,ଆଉ ଛାଡିବନି,ଓଃ!!ଆଉ ସେ ଘୋଡାମୁହାଁ ପୁଅ ମାନଙ୍କୁ କହୁନୁ ଆଖି ବନ୍ଦ କରି ଚାଲିବେ।ଯୋଉ ମାନେ ଝିଅ ମାନଙ୍କର ଚାଲିବା ମୁସ୍କିଲ କରୁଛନ୍ତି ଦାଣ୍ଡ ରେ ……….……।

ଓଃ!! ଏବେ କହିବୁ ପୁଅ ପିଲା….ହ ପିତଳଗରା   ମାଜିମୁଜି ଦେଲେ ସଫା  ତମପରି  ଲୋକମାନଙ୍କର ଚିନ୍ତାଧାରା ଯୋଗୁଁ ଆଜି ସେମାନଙ୍କର ମୁହଁ ବଢୁଛି ।ଖାଲି ଝିଅ ମାନ ଙ୍କୁ କେଡେ ସୁନ୍ଦର ଆକଟ କରି ରଖିଦଉଛ ହେଲେ ସେ ଆକଟ ଯଦି ପିଲା ବେଳୁ ଝିଅ ଆଉ ପୁଅ ଭିତରେ ସମାନ ରଖିଥାନ୍ତେ  ସମାଜ ରେ  ରାତି ପାହିଲେ ଏସବୁ ଝିଅ ମାନଙ୍କର ସହିତ ଘଟନ୍ତାନି,ସେଥିରେ ବି ଚେତା ପଶୁଣି ସବୁ ଝିଅ ମାନକୁ କହୁଛନ୍ତି ।ଛୋଟ ଡ୍ରେସ ପିନ୍ଧୁଛ ଆରେ ଆମେ ଯଦି ଛୋଟ ଡ୍ରେସ ପିନ୍ଧିଲେ ତୁମେ ସବୁ ଆମ ପ୍ରତି ଆକୃଷ୍ଟ ତା “ହେଲେ ଛଅ ବର୍ଷ ଆଉ ତିନି ବର୍ଷ ର ଶିଶୁ ବି କଣ ଛୋଟ ଡ୍ରେସ ପିନ୍ଧି ତୁମ କୁ ଉତେଜିତ କରୁଛି ସେମାନଙ୍କର କାହିଁକି ??ବଳାତ୍କାର ହେଉଛି ଆଉ ମର୍ଡର ବି କିଏ ଅଳିଆ ଗଦା ତ କିଏ କାହାର ବାଡ଼ି ବଗିଚା ରେ ମରା ଯାଉଛି ।ଯଦି ପୁଅ ମାନଙ୍କୁ ଝିଅ ମାନଙ୍କର ପରି ଶାସନ ରେ ଘରେ ଉଚିତ ସଂସ୍କାର ଦିଆ ଯାଇ ଥାନ୍ତା ଆଜି କଣ ଆଉ କେବେ ବି ତୁ ସବୁ ବେଳେ ମତେ କହି ନଥାନ୍ତୁ ଏସବୁ କଥା ବୁଝିଲୁ  ଜେଜେମା ।

ତୋପରି   ଲୋକମାନଙ୍କ ଯୋଗୁଁ ସବୁ ମୁହଁ ବଢା ନୀତି ଆଉ ପରେ  ସେହି ପୁଅ ହାତ ରୁ ମାଡ଼ ଖାଉଛ ହେଲେ ଟିକେ ସ୍ତ୍ରୀ ଲୋକମାନଙ୍କ  ପ୍ରତି ବ୍ୟବହାରିକ ସଂସ୍କାର ପିଲା ଦିନ ରୁ ଦେଇ ପାରୁନ କାହିଁକି??ଦେବ ଆମ ମାନକୁ ଖାଲି ଭାଷଣ ଶୁଣେଇବ।

ଘରୁ ହିଁ    ପିଲାମାନଙ୍କର ସଂସ୍କାର ର ମୂଳ ଦୁଆ ପଡିଥାଏ ।ଆଜି ଯଦି ପୁଅ ଟିଏ ତାର ଭଉଣୀ ଆଉ ମାଆ କୁ ସମ୍ମାନ ଦେଲା କଲି ସିଏ ଆଉ କାହାର ଭଉଣୀ ଆଉ ମାଆ କୁ ମଧ୍ୟ ଅନୁରୂପ ସମ୍ମାନ ଦେବ। ହେଲେ ସେଇଟା କିଏ ବୁଝୁଛି ।ଖାଲି ଝିଅ ମାନ ଙ୍କୁ ନୀତିବାଣି ସେ କଥା ଭାଇ କୁ କହୁନୁ ସେ ତ  ରାତି ଏଗାରଟା ରେ ଆସୁଛି    ଓଃ!!ହଁ ପୁଅ ପିଲା ସେ ତାକୁ କହିବାକୁ  ତୋର ସାହସ ନାହିଁ  ଏମିତି ବାଣୀ ଶୁଣେଇବ ଯେ କାନ ତାବଜା ହେଇଯିବ।

ସେମାନେ  ଯେମିତି ସ୍ୱାଧୀନ ଭାବରେ ଚାରିଆଡ଼ ଯିବା ଆସିବା କରୁଛନ୍ତି  ।ଆମେ ବି ସେମିତି ଯିବୁ ଆମର ବି ଅଧିକାର ଅଛି ସମାନ ଭାବେ ଏ ସମାଜ ରେ ଆଉ ଘରେ ମଧ୍ୟ ଏବେ ତ କେତେ ଆଇନି ଝିଅ   ମାନଙ୍କର ସପକ୍ଷ ରେ ହେଲାଣି ହେଲେ ଘର ଆଇନି ଟା ଝିଅ ମାନଙ୍କର ପ୍ରତି ବଦଳିଲେ ହୁଅନ୍ତାନି।

ଓଃ!!ଆଲୋ କେତେ କଥା ମତେ କହୁଛୁ କିଲୋ ରୁବିନା ତୁ ଟା ଚଣ୍ଡୀ ଟେ !!!ଆରେ  ନାରଣ ଦେଖେ ତୋ ଝିଅ କେମିତି ମତେ କଥା କହୁଛି ।ମୁଁ ତାକୁ ଭଲ କଥା କହୁଛି ।ଆଉ ସେ    ମତେ   ସ୍ୱାଧୀନତା ର ପାଠ ପଢୁଛି ।ସବୁ ରଜନୀ ର ଭୂଲ୍ ମାଷ୍ଟ୍ରେରାଣୀ ର ଝିଅ ତ ବୋଉ ଠାରୁ ତାର ପାଠ ପଢା ଶିଖିଛି ।

ଆରେ ନାରଣ  ତତେ ଅତି ଯତ୍ନ ରେ ବଢ଼େଇ ଥିଲି ମୁଁ     ତୋ ଝିଅ ପୋଡା ମୁହିଁ ମତେ କଣ ନ  କହିଲା ।ଆରେ ମୋ ନାତି ଟୋକା ଯାହା ମୋ କଥା ବୁଝୁଛି ।ଆଉ କିଏ ନୁହେଁ ମୁଁ ତାରି ମୁହଁ ଚାହିଁ ବଞ୍ଚିଛି ।ଆରେ ସୋନୁ କୁଆଡେ ଗଲୁ କିରେ ମୋ ନୟନପିତୁଳା।

ହଁ ଲୋ ଜେଜେମା ହଲା କରିକି  ବଡ଼ ପାଟିରେ ଡାକେ ସେ ଆଉ ଅଛି ଯେ ତୋ ଡାକ ଶୁଣିବ ସକାଳେ  ପଡିଆ ରେ କ୍ରିକେଟ ଖେଳିବ।ଗାଁ ଝିଅ ବୋହୁ କୁ କମେଣ୍ଟ  ବି ମାରିବ ଆଉ  ସନ୍ଧ୍ୟା ହେଲେ ଖଟି କୁ ଯିବ ମୁଁ ଖରାପ ହେଲି  ସନ୍ଧ୍ୟା ରେ ଖାଲି ଟିଉସନ ଯାଉଛି ବୋଲି  ଆଉ ତୋ ନାତି ଟୋକା ଖଣ୍ଡକ ଭାରି ଭଦ୍ର ରହ ରହ ତୋ ଘର କୁ ଦିନେ ପୋଲିସ ଆଣି ଠିଆ କରିବ ବୁଝିଲୁ ।

ତାକୁ ଏତେ ଗେଲବସର କରିଛୁ ବୋଉ କହିଲେ ତ ଗାଳି କରୁଛୁ ।ଆଉ ମୁଁ କିଛି ଦୋଷ ନ କଲେ ବି ଗାଳି ହଁ ମତେ କୋଉଠୁ ଗୋଟେଇ କି ଆଣି ଥିଲା ପରି  ତୋର ବ୍ୟବହାର  ଆଲୋ ରଣଚଣ୍ଡୀ କେତେ ବକବକ ହେଉଛୁ ଯା ଯା ସୋନୁ ଆସିବ ଏବେ ତା ‘ପାଇଁ ରୁଟି ସହିତ ଟିକେ ଆଲୁଭଜା କରିଦେ ।ତାକୁ ଭାରି ଭଲ ମୁଁ କରି ଦିଅନ୍ତି ଯେ ମୋ ଆଣ୍ଠୁ ଦୁଇଟା ଭାରି ବିନ୍ଧା ହେଉଛି ।

ମୁଁ କରି ପାରିବିନି ବୋଉ ତ ସମସ୍ତଙ୍କର ପାଇଁ କେତେ କଣ କରି କି ଯାଇଛି  ସମସ୍ତେ ଖାଇଛନ୍ତି ସୋନୁ ଭାଇ ପାଇଁ ବି ଅଛି ସେ ଆସିଲେ ବଢିକି ଖାଇବ ଆଲୋ ହାତ ରେ ବାଢିବ ମରଦ ପିଲା ତମେ ସବୁ ଝିଅବୋହୁ ରହି କଣ କରିବ ।

ଆଲୋ ଜେଜେମା  ମୁଁ କେମିତି ହାତ ରେ ବଢିକି ଖାଉଛି ।ଆଲୋ ଆଲୋ ତୋ ସହିତ ତାକୁ ପୁଣି ସମାନ କଲୁ ରଜନୀ ଆସୁ ଆଜି ତାର ଦିନେ କୁ ମୋର ଦିନେ ଆରେ ଆରେ ଲୁହା କଅଁ ଳ ଦେଖି ବିଲେଇ କାମୁଡି ଗୋଡ଼ଉଛି ।

ହଁ ଲୋ ବୁଢ଼ୀ ମାଆ ଏତେ ଦିନରେ ଗୋଟେ ଭଲ କଥା କହିଲୁ ।ଆମେ ସବୁ ଝିଅ ମାନେ ଏତେ କୋମଳ ଆଉ ସବୁ କଥା କୁ ଡ଼ରିଲାରୁ ସିନା ଏ ସମାଜ ଆଉପରିବାର ଆମକୁ ବେଶୀ ଡ଼ରାଉଛି ।ସତେ କି ସବୁ ଦାଇତ୍ୱ ଆମ ମୁଣ୍ଡ ରେ ଲେଖା ହେଇଛି ।ଆଉ ଗୋଟେ ନାରୀ ହିଁ  ନାରୀ ର ଶତ୍ରୁ ବୁଝିଲୁ ବୋଉ ଘର ଚଳଉଛି କେବେ ତାକୁ ତୁ ସେହ୍ନ ରେ ଦୁଇ ପଦ କଥା କହିଛୁ ।

ଓଲଟି ତାକୁ ସବୁବେଳେ ମାଷ୍ଟ୍ରେରାଣୀ କହିକି ସବୁ କଥା ରେ ଟାହିଟାପର କଥା ତୋର ଆଉ ମୁଁ ନାତୁଣୀ ଟେ ମୋର ତ ନାଁ ନାହିଁ ,ପୋଡ଼ାମୁହିଁ ଡାକୁଛୁ ।ଆଉ ତୋ ପାଟିରେ ବହୁତ ଭଲ ଲାଗୁଛି!! ତୁ ରାଗିକି ଡାକେ କି ସେହ୍ନ ରେ ଡାକେ ମତେ ଯଦି ପୋଡା ମୁହିଁ ଡାକୁଛୁ ସୋନୁଭାଇ  କୁ କାହିଁକି ??ପୋଡ଼ାମୁହାଁ  ଡାକୁନୁ ହଉ ରହ ତୋ ଚାଆ ଖାଇବା ବେଳ ହେଇଗଲାଣି ବୋଧେ ସେଥି ପାଇଁ ମୁଣ୍ଡ ଗରମ ।

ସବୁ ବେଳେ ଟୁଉସନ ଗଲା ବେଳେ ବକବକ ହେଇ ମୋ ପାଠଅଧା ରଖି କଣ ପାଉଛୁ ତୁ କେଜାଣି ।ହଉ ନେ ଚାଆଟା ଏଥର ମୁଣ୍ଡ ଟିକେ ଥଣ୍ଡା କର ।ବୋଉ ମାର୍କେଟ ଯାଇଛି ଏବେ ଆସୁଥିବ ।
ହଁ ଲୋ ମାଆ ପାଠପଢ଼ି ତୁ କଲେକ୍ଟର ହେବୁ ଆଲୋ ପୋଡାମୁହିଁ ଯେତେ ପାଠଶାଠ ପଢ଼ ଝିଅ ଜନ୍ମ ତ ଚୁଲି ମୁଣ୍ଡକୁ ।ତୋ ବୋଉ ମାଷ୍ଟ୍ରରାଣୀ ହେଲେ ସ୍କୁଲ ରୁ ଆସିଲେ ଘରେ ଗୋଟା କର କାମ ତାକୁ ଚାହିଁ କି ବସିଥିବ ଆଇଲେ ଘର କାମ ରେ ଲାଗିଯିବ ।ଘର କାମ ବାହାର କାମ ଆଜି କାଲି ଝିଅ ମାନେ ସବୁ କରୁଛନ୍ତି। ହେଲେ ପୁଣି କଣ?? ଜେଜେମାଆ ସବୁ ବେଳେ ଡର ଲାଗି ରହୁଛି ଏ ସମାଜ ର ଲୋକ ମାନଙ୍କର ପ୍ରତି ଏକୁଟିଆ କିଏ କେବେ ବାହାରକୁ ଯାଇପାରୁଛି କି?? ରାତି ଡେରି ରେ ବିନା ଡର ରେ ଫେରିପାରୁଛି ନିଜ  ଘର କୁ  ସ୍ୱାଧୀନତା ର ସ୍ୱାଦ କେବେ ଚାଖି ପାରିବ ଏଇ ସ୍ଵାଧୀନ ସମାଜ  ରେ ନାରୀ ହିଁ ଏକା ପରାଧିନା।କେବେ ସକାଳ ହେବ ସ୍ୱାଧୀନତା ର ସୂର୍ଯ୍ୟ ଉଦୟ ହେବ ତା ପାଇଁ କେବଳ ତା ପାଇଁ ଏ ସମାଜ କେବେ ବୁଝିବ ତାର ବି ବଞ୍ଚିବା ର ଅଧିକାର ଅଛି  ସ୍ୱାଧୀନ ଭାବରେ ।

ସମାପ୍ତ
✍️ଗୀତାଞ୍ଜଳି ପୂଜାପଣ୍ଡା

Leave a comment

Design a site like this with WordPress.com
Get started